ମାଲକାନଗିରିକୁ ବାହାର ରାଜ୍ୟରୁ ଆସିଲେ ହୋମ୍ ଆଇସୋଲେସନ ବାଧ୍ୟତା ମୂଳକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବାହାର ରାଜ୍ୟରୁ ମାଲକାନଗିରି ଜିଲ୍ଲାକୁ ଆସିଲେ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ ଲାଗୁ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିମାନଙ୍କୁ ୭ ଦିନ ଗୃହ ସଙ୍ଗରୋଧରେ ରହିବାକୁ ଜିଲ୍ଲାପାଳ ଡଃ.ୱାଇ. ବିଜୟ ଏକ ଗାଇଡଲାଇନ୍ ଜାରି କରିଛନ୍ତି। ଜିଲ୍ଲାରେ ବଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହି ବଡ଼ଯାତ୍ରା ସମୟରେ ଜିଲ୍ଲାକୁ ବାହାର ରାଜ୍ୟରୁ ଅନେକ ଭକ୍ତ ଆସିବାର ସମ୍ଭାବନା ରହିଛି । ତେବେ ଅନ୍ୟ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ଏହାକୁ ଦୃଷ୍ଠିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାଯୋଗ୍ୟ, ବଡ଼ଯାତ୍ରା ପାଳନ ସମୟରେ କୋବିଡ଼ ସଂକ୍ରମଣକୁ ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାତି ୯ଟାରୁ ଆସନ୍ତା ୩୧ ତାରିଖ ମଧ୍ୟ ରାତ୍ର ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି ।