ମାଣବସା ଗୁରୁବାର ରାତିରେ କରନ୍ତୁ ଏହି ଗୋଟିଏ ବିଶେଷ ଉପାୟ,ଘରେ ହେବ ଧନର ବର୍ଷା !

0

ବନ୍ଧୁଗଣ ବର୍ଷର ପ୍ରତ୍ୟକ ଗୁରୁବାର ମା ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ୧୨ ଗୋଟି ମାସ ମଧ୍ୟରୁ ମାର୍ଗଶୀର ମାସର ପ୍ରତ୍ୟକ ଗୁରୁବାର ଗୁଡିକର ବିଶେଷ ମହତ୍ୱ ରହିଛି। ଏହି ଦିନ ଗୁଡିକରେ ଧନୀ ଗରିବ ଉଚ୍ଚ ଜାତି ଓ ନୀଚ ଜାତିର ସମସ୍ତ ଲୋକ ଧାନ ମାଣ ବସାଇ ମା ଲକ୍ଷ୍ମୀଙ୍କର ପୂଜା ଆରୋଧନା କରିଥାନ୍ତି ଓ ଲକ୍ଷ୍ମୀ ପୁରାଣ ପାଠ କରିଥାନ୍ତି। ପ୍ରତ୍ୟକ ଓଡ଼ିଆ ଘରର ବହୁ ମାନେ ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି। ପୂଜାର ପୂର୍ବ ଦିନ ଘରକୁ ଧୋଇ ଗୋବରରେ ଲିପା ପୋଛା କରି ପରିଷ୍କାର କରିଥାନ୍ତି ଏବଂ ଅରୁଆ ଚାଉଳ ବାଟି ପିଠଉରେ ଲକ୍ଷ୍ମୀ ପାଦ ପଦ୍ମଫୁଲ ଧାନ କେଣ୍ଡା ହାତୀ କଦଳୀ ଗଛ ଓ ଶଙ୍ଖ ଇତ୍ୟାଦିର ଝୁଟି ପକାଇଥାନ୍ତି। ଆଜି ଆମେ ଏହି ପୋଷ୍ଟରେ ଜଣାଇବୁକି ମାଣବସା ଗୁରୁବାର ଦିନ ଦିନରେ ପୂଜା କରିବା ସହିତ ରାତିରେ କେଉଁ ଗୋଟିଏ ଖାସ ଉପାୟ କଲେ ମା ଲକ୍ଷ୍ମୀଙ୍କ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ତାଙ୍କର କୃପାଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି। ଏହା ସହିତ ଜାଣିବା ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ। ଯେଉଁ ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ।

ମା ଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରଥମେ କୁସୁମ ଫୁଲ ମଣ୍ଡା ଫୁଲ ପଦ୍ମ ଫୁଲ ଏବଂ କିଛି ପତ୍ର ଇତ୍ୟାଦି ଏବଂ ଅନ୍ୟ ସବୁ ଆବଶ୍ୟକ ଜିନିଷ ବାହାର କରି ରଖିଥାନ୍ତି। ଏହାପରେ ଗୋଟିଏ ଖଟୁଲି ନେଇ ତା ଉପରେ ପଦ୍ମ ଫୁଲର ଚିତା ପକାଇଥାନ୍ତି। ଗୁରୁବାର ଦିନ ନାରୀମାନେ ମାଣରେ ଶୁକ୍ଳ ଧାନ ରଖି ଫଳ ମୂଳ ଅରୁଆ ଚାଉଳ ଦୁବ ପତ୍ର ଧୂପ ଦୀପ ଓ ନୈବେଦ୍ୟ ଦେଇ ମାଙ୍କର ପୂଜା ଆରାଧନା କରନ୍ତି ଏବଂ ଶଙ୍ଖ ହୁଳା ହୁଳି ଦେଇ ଲକ୍ଷ୍ମୀ ପୁରାଣ ପାଠ କରିବା ସହିତ କ୍ଷୀରି ପୁରୀ ଖେଚୁଡ଼ି ପିଠା ପଣାର ଭୋଗରେ ଘର ପବିତ୍ର ଏବଂ ଆନନ୍ଦମୟ କରିଥାନ୍ତି। ପ୍ରଥମେ ସକାଳ ପାଇଁ ବାଳ ଭୋଗ ପ୍ରସ୍ତୁତ କରି ରଖିଦେବେ ଓ ତା ପରେ ଗୋଟେ ଝୁଟି ପକାଇ ସେଥିରେ ଖଟୁଲି ବସାଇ ପୂଜା ଆରମ୍ଭ କରିବେ। ଆପଣ ଖଟୁଲି ତଳେ ୧୬ ଗୋଟି ଝୁଟି ପକାଇ ଓ ଖଟୁଲି ଉପରେ ୧୬ ଗୋଟି ପାଖୁଡା ପଦ୍ମ ଫୁଲ ପକାଇବେ ତ ଏହିପରି ଆପଣ ପୂଜା କରିବା ଉଚିତ। ଏହାପରେ ଖଟୁଲି ଉପରେ ପୁରୀ ଧାନ ଭୋଗ କରି ଦେବେ। ଆପଣଙ୍କ ପାଖରେ ଯେତେ ନୂଆ ଧାନ ଥିବ ଯେତେ ଆପଣ ତାକୁ ଭରପୁର କରି ରଖିବେ ମା ଲକ୍ଷ୍ମୀ ସେତେ ହିଁ ସନ୍ତୁଷ୍ଟ ହୋଇ ଆପଣଙ୍କ ଉପରେ ବା ଆପଣଙ୍କ ଘର ଉପରେ ଧନର ବର୍ଷା କରିବେ ଏବଂ ଏହି ଧାନ ଉପରେ ଗୋଟିଏ ମାଣ ରଖିଦେବେ। ତାକୁ ବିଧାନରେ ଭରିଦେବେ ଓ ସେହି ମାଣ ଉପରେ ଆଉ ଗୋଟିଏ ସେର ମାଣ ବସାଇବେ। ସେର ମାଣ ବସାଇ ସାରିବା ପରେ ଗୋଟେ ବଡ଼ ପାତ୍ର ନେବେ ସେଥିରେ କିଛି ହଳଦୀ ପାଣି ଆଉ ଅଷ୍ଟଗନ୍ଧାକୁ ମିଶାଇ ଦେବେ। ତାକୁ ଦୁବ ପତ୍ରରେ ହିଁ ମିଶାଇ ଦେବେ ଏବେ ଏଥିରେ ଖଟୁଲିର ମାଣକୁ ଦୁବ ପତ୍ରରେ ଭଲସେ ଛିଞ୍ଚି ଦେବେ। ଆଉ ତାପରେ ମାଣକୁ ସଜାଡି ଦେବେ ଆଉ ତାପରେ କଳସ ବସାଇବେ ଓ ଏହାପରେ ମାଣ ଉପରେ ୩ ଟି ଗୁଆ ଏବଂ ୩ ଟି ଖଣ୍ଡ ହଳଦୀ ରଖିନେବେ ଏହା ପରେ ଆପଣ ମାଙ୍କୁ ବସ୍ତ୍ର ପିଦ୍ଧାଇବେ। ବସ୍ତ୍ର ପିଦ୍ଧାଇ ସୁନ୍ଦର ଭାବରେ ସଜେଇ ଦେବେ। ଏହାପରେ ଧାନ କେଣ୍ଡା ପତ୍ର ଫୁଲ ଫଳ ମୂଳା ଆଖୁ କନ୍ଦ ମୂଳ ଅଁଳା ପତ୍ର ବା ମାଲକ୍ଷ୍ମୀଙ୍କର ଯେଉଁ ଯେଉଁ ଜିନିଷ ସବୁ ପସନ୍ଦ ସେ ସବୁ ଜିନିଷରେ ମା ଲକ୍ଷ୍ମୀଙ୍କୁ ସଜେଇ ଦେବେ। ଏହା ପରେ ଆପଣ ନୀତି ନିୟମର ସହିତ ପୂଜା କରିନେବେ।

ପ୍ରଥମେ ୨ ଟି ଭଲ କଦଳୀ ନେବେ ଯେମିତି କୌଣସି ଦାଗ ନଥିବ। ଯଦି ସମ୍ଭବ ଯୋଡି ହୋଇଥିବା କଦଳୀ ନେବେ କାରଣ ଏହାକୁ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କର ରୂପ ବୋଲି ମାନିନିଆଯାଏ। ଗୁରୁବାର ଦିନ ରାତିରେ ସନ୍ଧ୍ୟା ସମୟରେ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ। ଏହି କଦଳିକୁ ମାଙ୍କ ପାଖରେ ରଖନ୍ତୁ ଏବଂ ହାତ ଯୋଡି ପ୍ରାର୍ଥନା କରି ମାଙ୍କୁ ନିଜର ଦୁଃଖ କଥା ଜଣାନ୍ତୁ ଓ ମନରୁ ଆପଣ ମାଙ୍କୁ ଯାହା ଚାହୁଁଛନ୍ତି ତାହା ମାଙ୍କୁ ମନ ଖୋଲିକି ମାଗନ୍ତୁ ଏହା ପରେ ସିନ୍ଦୁର ଏବଂ ତେଲକୁ ଭଲସେ ମିଶାଇ କଦଳୀ ଉପରେ ସ୍ବାସ୍ତିକ ଚିହ୍ନ ବନାନ୍ତୁ ଏହା ପରେ ଆପଣ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ମନରେ ଧ୍ୟାନ କରି ତାଙ୍କ ତାଙ୍କ ମନ୍ତ୍ର ଓମ ନମଃ ଭଗବତେ ବାସୁଦେବାୟ ନମଃ ଏହି ମନ୍ତ୍ରକୁ ୨୧ ଥର ଜପ କରନ୍ତୁ ଓ ସେହି କଦଳିକୁ ସେମିତି ହିଁ ଭଗବାନଙ୍କ ପାଖରେ ରଖି ରାତି ସାରା ରହିବାକୁ ଦିଅନ୍ତୁ। ଆପଣ ତାପର ଦିନ ସକାଳୁ ଉଠି ସ୍ନାନ ଶୌଚ ଆଦି ସାରି ମାଙ୍କର କିମ୍ବା ଭଗବାନଙ୍କର ଘରେ ପୂଜା ପାଠ କରିସାରି ସେହି କଦଳୀକୁ ଘରର ସଦସ୍ୟ ମାନଙ୍କୁ ଟିକେ ଟିକେ ବାଣ୍ଟି ନିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ଆପଣଙ୍କର ସବୁ ଗ୍ରହଦୋଷ ଦୂର ହୋଇଥାଏ ଏବଂ ମା ଲକ୍ଷ୍ମୀ ଆପଣଙ୍କୁ ଆଶୀର୍ବାଦ ଦେବା ପାଇଁ ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇ ଆପଣଙ୍କ ଘରକୁ ଆସିଥାନ୍ତି ଏବଂ ଆପଣଙ୍କର ସବୁ ଦୁଃଖ କଷ୍ଟକୁ ଦୂର କରି ଆପଣଙ୍କ ଘରେ ସୁନା ଗହଣା ରୁପା ଆଉ ଧନ ଇତ୍ୟାଦିର ଭରପୁର ଆଶୀର୍ବାଦ ଆପଣଙ୍କୁ ଦେଇଥାନ୍ତି।

Leave a comment