ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହମବତୀ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ୧୩ ଦମକଳ ଗାଡ଼ି ନିୟୋଜିତ । ଘଟଣା ଘଟିଛି ପଶ୍ଚିମବଙ୍ଗର ହାୱଡା ସ୍ଥିତ ଚାମରାଇଲର ଲିଲୁଆରେ । ଭୋର ସମୟରେ ହଠାତ୍ କୌଣସି କାରଣରୁ କାରଖାନାରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପକ ଭାବେ ମାଡ଼ି ଚାଲିଥିଲା । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିକାଣ୍ଡ ଖବର ପାଇ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘଟଣାର ମୃତାହତ ନେଇ କୌଣସି ସୂଚନା ନାହିଁ ।

Leave a comment