ଭୁବନେଶ୍ୱରରେ ଅଶ୍ଳୀଳ ନୃତ୍ୟ ମନା, କଟକରେ ୬ଟିରେ ସ୍ଥାନରେ ସୁଉଚ୍ଚ ତୋରଣକୁ ଅନୁମତି
ଭୁବନେଶ୍ୱର: ଦୁର୍ଗା ପୂର୍ଜା ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।
ସେହିପରି ପାର୍କିଂ ନଥିଲେ ଭୁବନେଶ୍ୱରରେ ମୀନା ବଜାର ପଡ଼ିବନି ଏବଂ ମିଳିବନି ରାବଣ ପୋଡ଼ି ଅନୁମତି । ମୁଖ୍ୟ ରାସ୍ତାରେ ତୋରଣ ଲଗେଇ ପାରିବେ ନାହିଁ କୌଣସି ପୂଜା କମିଟି । ପୂଜା ପେଣ୍ଡାଲ ଓ ଭସାଣି ପୋଖରୀ ନିକଟରେ ଆମ୍ବୁଲାନ୍ସ ରଖାଯିବ । ପୂଜା ପେଣ୍ଡାଲରେ ନିଶାକୁ ନା’ର ସଚେତନତା ଵାର୍ତ୍ତା ବାଣ୍ଟିବ ପୋଲିସ । ରାସ୍ତା ଖରାପ ନେଇ PWDର ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି କମିଶନର ।
ସେହିପରି କଟକରେ ଦୁର୍ଗାପୂଜା ପୂର୍ବରୁ ହାଇକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି । କଟକର ୬ଟି ସ୍ଥାନରେ ସୁଉଚ୍ଚ ତୋରଣ ପାଇଁ ଅନୁମତି ମିଳିଛି । ସେଗୁଡିକ ହେଉଛି ରାଣୀହାଟ, ଚାନ୍ଦିନୀଚୌକ, ବାଦାମବାଡ଼ି, ଖାନ୍ନଗର, ମାଲଗୋଦାମ ଏବଂ ଶିଖରପୁର । ଦୁଇ ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ ।