ପୋଲିସ ପଞ୍ଝାରେ ୫ ଆନ୍ତଃରାଜ୍ୟ ବନ୍ଧୁକ ବ୍ୟବସାୟୀ, ୬ଟି ବନ୍ଧୁକ ଜବତ

0

ଭୁବନେଶ୍ୱର : ଭୁବନେଶ୍ୱର ଅର୍ବାନ ପୋଲିସକୁ ଶୁକ୍ରବାର ଏକ ବଡ଼ଧରଣର ସଫଳତା ହାତରେ ଲାଗିଛି। ସ୍ପେଶାଲ ସ୍କାର୍ଡ ଓ ଏୟାରପୋର୍ଟ ଥାନା ପୋଲିସ ମିଳିତ ଭାବେ ଚଢ଼ଉ କରି ଏୟାରପୋର୍ଟ ଅଞ୍ଚଳରେ ବନ୍ଧୁକ ଡିଲ ଚାଲୁଥିବା ବେଳେ ୫ ଆନ୍ତଃରାଜ୍ୟ ବନ୍ଧୁକ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ବନ୍ଧୁକ ବ୍ୟବସାୟୀଙ୍କ ଠାରୁ ପୋଲିସ ୬ଟି ବନ୍ଧୁକ, ୧୮ ରାଉଣ୍ଡ ଗୁଳି ଏବଂ ଏକ କାରକୁ ଜବତ କରାଯାଇଛି। ଗିରଫ ବନ୍ଧୁକ ବ୍ୟବସାୟୀମାନଙ୍କ ଘର ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରେ ହୋଇଥିବା ବେଳେ ସେମାନଙ୍କ ଠାରୁ ବନ୍ଧୁକ କିଣୁଥିବା କଟକ ଜିଲ୍ଲା ସାଲେପୁରର ସେକ ସାକିଲଙ୍କୁ ମଧ୍ୟ ଗିରଫ କରିଛି।

ଗିରଫ ହୋଇଥିବା ଅନ୍ୟ ବନ୍ଧୁକ ବ୍ୟବସାୟୀମାନେ ହେଲେ ଉତ୍ତରପ୍ରଦେଶର ପ୍ରବୀଣ କୁମାର ସିଂ (୪୦),ମଧ୍ୟପ୍ରଦେଶର ରାଘବେନ୍ଦ୍ର ସିଂ (୨୮),ଅଭିଶେକ ରାଜପୁତ (୩୧),ଇନ୍ଦ୍ରଜିତ ସିଂ (୩୮)। ଗିରଫ ପ୍ରବୀଣ ଦୀର୍ଘ ୨ ମାସ ହେଲା ବନ୍ଧୁକ ଉତ୍ତରପ୍ରଦେଶରୁ ଆଣି ଏହାକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ରହୁଥିଲା। ପ୍ରବୀଣକୁ ମଝିରେ ମଝିରେ ଅନ୍ୟ ଅଭିଯୁକ୍ତମାନେ ବନ୍ଧୁକ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ଆଣି ଯୋଗାଉ ଥିଲେ। ବନ୍ଧୁକ ବ୍ୟବସାୟୀଙ୍କ ଗିରଫ ସଂକ୍ରାନ୍ତରେ ଶୁକ୍ରବାର ଅପରାହ୍ନରେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଓ ଡିସିପି ଜଗମୋହନ ମୀନା ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ପୂର୍ବରୁ ବିହାରର ମୁଙ୍ଗେରରୁ ଓଡ଼ିଶାକୁ ବନ୍ଧୁକ ଚାଲାଣ ହେବାର ନଜିର ରହିଥିଲା। କିନ୍ତୁ ଗତକିଛିଦିନ ହେବ ଉକ୍ତ ଅଞ୍ଚଳରୁ ବନ୍ଧୁକ ଓଡ଼ିଶା ଆସୁ ନ ଥିବା ପୋଲିସ ପାଖରେ ସୂଚନା ଥିଲା। କିନ୍ତୁ ରାଜଧାନୀେର ଗତ କିଛିଦିନ ମଧ୍ୟରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ବନ୍ଧୁକକୁ ଅପରାଧୀମାନେ ବ୍ୟବହାର କରୁଥିବା େନଇ ସୂଚନା ରହିଥିଲା। ତେଣୁ ଏହି ବନ୍ଧୁକ ସବୁ କିଏ ଏବଂ କେଉଁ ପ୍ରକାର ଆଣି ଭୁବନେଶ୍ବରରେ ବିକ୍ରି କରୁଛନ୍ତି ସେ ନେଇ ସ୍ପେଶାଲ ସ୍କାର୍ଡ ସ୍ବତନ୍ତ୍ର ଭାବେ ନଜର ରଖ଄ଥିଲେ। ଏହିକ୍ରମରେ ଗୁରୁବାର ବିଳମ୍ବିତ ରାତିରେ ସ୍କାର୍ଡର ଅଧିକାରୀଙ୍କୁ ଏୟାରପୋର୍ଟ ଥାନା ଅଞ୍ଚଳରେ ବନ୍ଧୁକ ବ୍ୟବସାୟ ହେଉଥିବା ନେଇ ଏକ ସୂଚନା ହସ୍ତଗତ ହୋଇଥିଲା।

ସୂଚନା ଆଧାରରେ ସ୍ଥାନୀୟ ଥାନା ପୋଲିସ ସେଠାରେ ସ୍କାର୍ଡ କର୍ମଚାରୀଙ୍କ ସହ ଚଢ଼ଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ କମିଶନର ଶ୍ରୀ ସିଂ ସୂଚନା ଦେଇଛନ୍ତି। ଏନେଇ ଅଧିକ ତଦନ୍ତ ଚାଲୁଥିବା ଏବଂ ଏହି ବନ୍ଧୁକ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ ଜାରି ରହିଥିବା ଡିସିପି ସୂଚନା େଦଇଛନ୍ତି। ଏଥିସହ ଜବତ ହୋଇଥିବା ବନ୍ଧୁକ ଗୁଡ଼ିକର ସେଭଳି କିଛି ସଠିକ ମୂଲ୍ୟ ନ ଥିବା ଜଣାପଡ଼ିଛି। ଆବଶ୍ୟକତା ଅନୁଯାୟୀ, ବେଆଇନ ବନ୍ଧୁକ ବ୍ୟବହାରକାରୀମାନେ ଏହାକୁ ଉଚିତ ଦାମ ଦେଇ କିଣୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Leave a comment