ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର: ଆସନ୍ତାକାଲି (୧୦ ଜୁଲାଇ ୨୦୨୫) ଝାଡଖଣ୍ଡର ରାଜଧାନୀ ରାଞ୍ଚିଠାରେ ପୂର୍ବାଞ୍ଚଳ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକ ଅନୁଷ୍ଠିତ ହେବ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ । ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସନ୍ଧ୍ୟାରେ ରାଞ୍ଚି ଗସ୍ତ କରିବେ। ମୁଖ୍ୟମନ୍ତ୍ରୀ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୈଠକରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ପ୍ରାୟ ୬୮ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେବେ। ବୈଠକରେ ନକ୍ସଲବାଦ, ଆନ୍ତଃରାଜ୍ୟ ସହଯୋଗ, ସୀମା ବିବାଦ, ସୁରକ୍ଷା ଏବଂ ବିକାଶ ମୂଳକ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଜଣାପଡିଛି।

Leave a comment