ଚିକିତ୍ସା ପାଇଁ ମୁମ୍ବାଇ ହସ୍ପିଟାଲ ଯିବେ ନବୀନ

0

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯିବେ। ଆସନ୍ତା ୨୨ତାରିଖରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ଯିବେ । ଏନେଇ ସେ ‘ଏକ୍ସ’ରେ ନିଜେ ସୂଚନା ଦେଇଛନ୍ତି। ନବୀନ ପଟ୍ଟନାୟକ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ରେ ପୀଡିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ ବୋଲି ଜଣାଇଛନ୍ତି।

ନବୀନ ଏକ୍ସରେ ଲେଖିଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ୨୨ ତାରିଖରେ ମୁଁ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବି । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ପରୀକ୍ଷା କରିବେ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି । ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ନବୀନ ।

Leave a comment