ଗୁଡ୍ ଲକ୍ ପାଇଁ ଲଗାନ୍ତୁ ମୟୂର ପର, ଘର ଛାଡ଼ିବନି ସୁଖ ଶାନ୍ତି…

ମୟୁରକୁ ତାର ପର ଅଧିକ ସୁନ୍ଦର କରିଥାଏ। ତେବେ ବିଭିନ୍ନ ପକ୍ଷୀଙ୍କ ପର ଅପେକ୍ଷା ମୟୁର ପର ପ୍ରତି ଆମମାନଙ୍କର ବିଶେଷ ଆକର୍ଷଣ ରହିଥାଏ। ତେବେ ମୟୂର ପର ଘର ସଜାଠୁ ଆରମ୍ଭ କରି ବିଭିନ୍ନ ପ୍ରକାର ଗହଣା ତିଆରିରେ ଲାଗିରହେ। ତେବେ ଏହା କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ ବାସ୍ତୁ ଅନୁଯାୟୀ ଏହା ମଧ୍ୟ ଘର ପାଇଁ ଲାଭ ଦାୟକ ହୋଇଥାଏ। ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ସହ ସୁଖଶାନ୍ତି ଆଣିଥାଏ।
– ମୟୂର ପର ଘରେ ରଖିଲେ ଏହା ପରିବାର ଲୋକଙ୍କ ମଧ୍ୟରୁ ସମସ୍ତ ପ୍ରକାର ଭୟ ଦୂର କରିଥାଏ ଏବଂ ନକାରାମତ୍କ ପ୍ରଭାବରୁ ଘରକୁ ରକ୍ଷା କରିଥାଏ ।
– ଯଦି ବାଣିଜ୍ୟ ବ୍ୟବସାୟରେ ବାରମ୍ବାର କ୍ଷତି ହେଉଛି, ଘରେ ଟଙ୍କା ରହୁନି, ପରିବାରରେ ସବୁବେଳେ ଆର୍ଥିକ ସମସ୍ୟା ଦେଖା ଦେଇଛି ତେବେ ଟଙ୍କା ରଖୁଥିବା ବାକ୍ସ ବା ଘରର ଦକ୍ଷିଣ ଦିଗରେ ସାତଟି ମୟୂର ପର ରଖିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ଓ ଧନ ବୃଦ୍ଧି ହୋଇଥାଏ ।
– ପିଲାଙ୍କ ପଢା ଟେବୁଲ ବା ପିଲାଙ୍କ ରୁମ୍ରେ ଗୋଟିଏ ବା ଦୁଇଟି ମୟୂର ପର ରଖନ୍ତୁ । ଏହା ଦ୍ୱାରା ପିଲାଙ୍କର ପାଠ ପଢାରେ ଆଗ୍ରହ ବଢିବା ସହ ଅନନ୍ୟ ପ୍ରତିଭାଧାରି ହୋଇଥାନ୍ତି।
– ପରିବାର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ସାତଟି ମୟୂର ପରକୁ ବାସଗୃହର ପୂର୍ବ କୋଣରେ ଟଙ୍ଗାଇ ରଖନ୍ତୁ। ଏହାଦ୍ବାରା ପରିବାର ମଧ୍ୟରେ କଳହ ହ୍ରାସ ପାଇବା ସହ ଦେହ ପିଡାରୁ ମୁକ୍ତି ମିଳିଥାଏ। ଏହାସହ ଶୋଇବା ଘରେ ଖଟ ପାଖ କାନ୍ଥରେ ୨ଟି ମୟୂର ପର ଟଙ୍ଗାଇ ରଖିଲେ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଦୃଢ ହୋଇଥାଏ ବୋଲି ବସ୍ତୁବିତ୍ ମାନେ କୁହନ୍ତି।
– ସେହିପରି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ତକିଆ ତଳେ ଗୋଟିଏ ମୟୁର ପର ରଖି ଶୋଇବା ଦ୍ଵାରା ଅନେକ ପ୍ରକାରର ଫାଇଦା ମିଳିଥାଏ। ଏହାଦ୍ବାରା ମଣିଷକୁ ଅଚାନକ ଉନ୍ନତି ସହ ଧନ ପ୍ରାପ୍ତି ହୋଇଥାଏ। ସକରାତ୍ମକ ପ୍ରଭାବ, ଦୁଃସ୍ଵପ୍ନ ଓ କାଳ ସ୍ଵପ୍ନ ମଧ୍ୟ ଆସି ନଥାଏ ।
-ଘରେ ପୂଜା ପାଉଥିବା ଠାକୁରଙ୍କ ପାଖରେ ଗୋଟିଏ ମୟୁର ପର ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି ସୁଖ ଶାନ୍ତି ପାଇଥାଏ। ଏହାଦ୍ବାରା ପରିବାର ଲୋକଙ୍କ ପାଇଁ ଉନ୍ନତିର ଦ୍ଵାର ଖୋଲିଯାଏ । ସେହିପରି ଘର ମୁଖ୍ୟ ଦ୍ଵାରରେ ମୟୂର ପର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।