ଖଟ ଉପରେ ବସି ଖାଦ୍ୟ ଖାଉଛନ୍ତି କି? କାଙ୍ଗାଳ ହୋଇଯିବେ

0

ବର୍ତ୍ତମାନ ଯୋଉ ଘରେ ଦେଖିବା କିଛି ନା କିଛି ସମସ୍ୟା, କହାଘରେ ସ୍ବାମୀ ସ୍ତ୍ରୀ ପଡୁ ନାହାନ୍ତି ତ ଆଉ କୋଉଠି ବାପା ପୁଅ ଭିତରେ କଳି, କୋଉ ଘରେ ସବୁବେଳେ ଦେହ ଖରାପ ହେଉଥିବାର ଦେଖାଯାଉଛି। ଘରେ ଅସୋନ୍ତୋଷ ବଢିବାର କାରଣ ଅନେକ ରହିଥିବା ବେଳେ ବସ୍ତୁବାଦୀ ମାନେ କୁହନ୍ତୁ ଘରେ କିଛି ଜିନିଷକୁ ଉପଯୁକ୍ତ ସ୍ଥାନରେ ନରଖିବା ଦ୍ଵାରା ଅଧିକ ଅସନ୍ତୋଷ ବଢ଼ିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହା ଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘର ସଜାଇବା ଦ୍ଵାରା ପରିବାରରେ ଦେଖା ଯାଉଥିବା ବିଘ୍ନ ଦୂର କରି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ଚାଲନ୍ତୁ ଘରେ ନିତିଦିନିଆ ଜୀବନରେ ବ୍ୟବହୃତ ହେଉଥିବା କେତେକ ଜିନିଷକୁ କେଉଁଠି ରଖିବା ଆଉ କିପରି ରଖିବା ଜାଣିବା,

୧- ଶାସ୍ତ୍ର ଅନୁଯାୟୀ ଘରେ ଝାଡୁ କେବେ ଠିଆ କରି ରଖିବା ଉଚିତ ନୁହଁ, ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କୋପ କରିଥାନ୍ତି ଆଉ ଆପଣଙ୍କ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହାସହ ମଙ୍ଗଳବାର ଓ ଶନିବାର ଦିନ ଘରେ ନୂଆ ଝାଡୁ ମିଶାନ୍ତୁ ନାହିଁ। ଝାଡୁକୁ କେହି ନଦେଖି ପାରୁଥିବା ଭଳି ସ୍ଥାନରେ ଲୁଚେଇ ରଖନ୍ତୁ।

୨- ଶାସ୍ତ୍ର ଅନୁଯାୟୀ କେବେ ବି ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ ନୁହେଁ କୁହା ଯାଇଥାଏ ଯେ ଏହି ଦିଗ ମୃତ୍ୟୁ ଦେବତା ଜମ ରାଜାଙ୍କ ଅଟେ ଆଉ ତାଙ୍କୁ ପାଦ ଦେଖାଇବା ଉଚିତ ନୁହେଁ । ସେହିଭଳି ପଶ୍ଚିମ ଦିଗକୁ ମଧ୍ୟ ମୁଣ୍ଡ କରୁ ଶୋଇବା ଦ୍ବାରା ବୁଦ୍ଧି ଭ୍ରଷ୍ଟ ହୋଇଥାଏ ବୋଲି କୁହାଯାଏ।

୩- ଘରେ ଯଦି ସୁଖ ଆଉ ଶାନ୍ତି ବାତାବରଣ ଚାହୁଁ ଥାନ୍ତି ତେବେ ଆପଣଙ୍କୁ ସକାଳୁ ଉଠି ଘରେ ଭକ୍ତି ଗିତ ବା ଭଜନ ଶୁଣିବା ଉଚିତ ଏହା ଦ୍ୱାରା ମନ ଆଉ ଆତ୍ମା ପବିତ୍ର ହୋଇଥାଏ । ଘରେ ସକରାତ୍ମକ ଉର୍ଜାର ବିକାଶ ଘଟେ।

୪- ଖଟ ଉପରେ ଖାଦ୍ୟ ଖାଉଥିବା ଘରେ କେବେ ଉନ୍ନତି ଘଟେ ନାହିଁ, ସର୍ବଦା କଳହ ହୁଏ, ଲକ୍ଷ୍ମୀ କୋପ କରିଥାନ୍ତି ବୋଲି କୁହାଯାଏ। ଘରେ ସବୁବେଳେ କାହାର ନା କାହାର ଦେହ ନିଶ୍ଚିନ୍ତ ଖରାପ ହୋଇଥାଏ ।ରାତିରେ ଶୋଇବା ସମୟରେ ଖରାପ ସ୍ବପ୍ନ ମଧ୍ୟ ଦେଖିଥାନ୍ତି।

୫- ଶାସ୍ତ୍ର ଅନୁଯାୟୀ ଶୋଇବା ଘରେ ଆଇନା ବା ଡ୍ରେସିଂ ଟେବଲ୍ ରଖନ୍ତୁ ନାହିଁ। ସକାଳୁ ଉଠିବା ସମୟରେ ଆଇନା ଦେଖିବା ଅଶୁଭ ହୋଇଥାଏ। ତାଛଡା ଶୋଇବା ସମୟରେ ଆଇନରେ ବ୍ୟକ୍ତିର ଯେଉଁ ଅଂଶ ଦିଶିଥାଏ ସେଥିରେ ପୀଡ଼ା ଅନୁଭବ ହୁଏ ବୋଲି କୁହାଯାଏ। ଏହାସହ ଶୋଇବା ଘରେ ଆଇନ ରଖିଲେ ନକାରାତ୍ମକ ଉର୍ଜା ଅଧିକ ବାସ କରିଥାଏ, ଯଦି ବି ନିଜ ଶୋଇବା ଘରେ ଆଇନ କି ଡ୍ରେସିଂ ଟେବଲ ରଖିବାକୁ ପଡ଼ିଥାଏ ତେବେ ତାକୁ ଢାଙ୍କି କି ରଖିବା ଉଚିତ।

୬- ଘରେ ସବୁବେଳେ ସକାରାତ୍ମକ ଉର୍ଜା ସକ୍ରିୟ କରିବା ପାଇଁ ଘରର ମୁଖ୍ୟ କବାଟ ପାଖରେ ଡାହାଣ ପଟକୁ ସ୍ଵସ୍ତିକ ଚିହ୍ନ ସିନ୍ଦୂର ଦ୍ୱାରା ଆଙ୍କି ଦିଅନ୍ତୁ ଆପଣଙ୍କ ଘରେ କେବେ କିଛି ଅଶୁଭ ହେବ ନାହିଁ କି ନକାରାତ୍ମକ ଶକ୍ତିର ପ୍ରବେଶ ହୋଇପାରିବ ନାହିଁ ।

୭- ଘରର ମୁଖ୍ୟ ଦ୍ଵାର ରେ କେବେ ବି ଚପଲ ଯୋତା ଫୋପାଡି ରଖନ୍ତୁ ନାହିଁ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ । ଦେବତାମାନେ ଘରକୁ ଆସି ନଥାନ୍ତି।

୮- ଏହା ସହ ଘର ଦୁଆର ଆଗରେ କିଛି ଲେମ୍ବୁ ଓ ଲଙ୍କା ମାଳ କରି ଲଗାନ୍ତୁ ଏହା ଦ୍ଵାରା ନକାରାତ୍ମକ ଶକ୍ତି ଦୂର ହେବା ସହ ସୁଖ ଶାନ୍ତି ବଜାୟ ରହିବ।

୯- ଘରକୁ ଲାଗି ତେନ୍ତୁଳି, ଦେବଦାରୁ, ସଜନା ଗଛ ରଖନ୍ତୁ ନାହିଁ ଏହା ଦ୍ଵାରା ନକାରାତ୍ମକ ଶକ୍ତି ଘର ଭିତରେ ପ୍ରବେଶ କରିବା ସହ ସର୍ବଦା ସ୍ବାସ୍ଥ୍ୟ ଖରାପ କଳିଗୋଳ ଲାଗିଥାଏ।

୧୦- ଠାକୁର ଘରେ ପୂର୍ବପୁରୁଷଙ୍କ ଫଟୋ ରଖନ୍ତୁ ନାହିଁ କିମ୍ବା ଜୀବନ୍ତ ଲୋକ ପାଖେ ରଖନ୍ତୁ ନାହିଁ ଏହାଦ୍ୱାରା ଘରେ ଅଶାନ୍ତି ବଢ଼ି ଥାଏ।

Leave a comment