ଏହି ୫ଟି ଗଛ ଘର ପାଇଁ ସବୁବେଳେ ହୋଇଥାଏ ବହୁତ ଶୁଭ, ଘରେ ସର୍ବଦା ମା ଲକ୍ଷ୍ମୀ ରହିଥାନ୍ତି

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ପ୍ରାୟତଃ ଲୋକମାନେ ନିଜ ଘରେ ବା ବାଡ଼ି ବଗିଚାରେ ଗଛ ଲଗାଇ ଥାଆନ୍ତି। ଆପଣଙ୍କୁ କହି ରଖୁଛୁ ଯେ ଘରେ କେଉଁ ଗଛ ଲଗାଇଲେ ଶୁଭ ହୋଇଥାଏ ଏବଂ କେଉଁ ଗଛ ଲଗାଇଲେ ଅଶୁଭ ହୋଇଥାଏ, ଆସନ୍ତୁ ସେହି ବିଷୟରେ ଜାଣିବା।
ତୁଳସୀ ଗଛ ଅତ୍ୟନ୍ତ ଶୁଭ ଅଟେ। ଏଥିରେ ବହୁତ ପରିମାଣରେ ଔଷଧୀୟ ଓ ଆୟୁର୍ବେଦିକ ଗୁଣ ରହିଛି। ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ। ଏହି ତୁଳସୀ ଗଛକୁ ପ୍ରତ୍ୟେକ ଘରେ ଦେବୀ ବୃନ୍ଦାବତୀ ରୂପରେ ପୂଜା କରାଯାଇଥାଏ।ତୁଳସୀ ଗଛରେ ଭଲଭାବରେ ସୂର୍ଯ୍ୟକିରଣ ପଡ଼ିଲେ, ଏହା ଖୁବ୍ ଶୀଘ୍ର ବଢ଼ିଥାଏ। ଆୟୁର୍ବେଦ ଓ ଔଷଧ ରୂପରେ ଏହି ଗଛକୁ ଅଧିକ ବ୍ୟବହାର କରାଯାଏ।
ଏହି ଗଛ ଘରେ ରହିବା ଅତ୍ୟନ୍ତ ଶୁଭ ଅଟେ। ଏହାକୁ ଯେଉଁଠି ରଖିଲେ ମଧ୍ୟ, ଏହା ବଢି ଯାଇଥାଏ। ଛୋଟ ବୋତଲରେ ମଧ୍ୟ ଆପଣ ଏହାକୁ ରଖି ପାରିବେ। ଏହି ଗଛ ଘରେ ଲଗାଇଲେ, ଘରକୁ ସୁଖସମୃଦ୍ଧି ଆସିଥାଏ।
ପାନ ଗଛକୁ ଅଳ୍ପ ସୂର୍ଯ୍ୟକିରଣ ପଡ଼ୁଥିବା ସ୍ଥାନରେ ଲଗାଇବା ଉଚିତ। ଏହାକୁ ବିଭିନ୍ନ ପୂଜାରେ ବ୍ୟବହାର କରାଯାଇଥାଏ। ପାନ ଗଛ ଘରେ ଲଗାଇବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ମଧ୍ୟରେ ଔଷଧୀୟ ଗୁଣ ମଧ୍ୟ ରହିଛି। କାଶ, କଫ, ଥଣ୍ଡା ଆଦି ହେଲେ ପାନ ରସ ସେବନ କରିବା ଉଚିତ।
ହାରଶିଙ୍ଗାର ଗଛ ଅତ୍ୟନ୍ତ ଶୁଭ ଅଟେ। ଏହି ଗଛର ଫୁଲର ବାସ୍ନା ଅତ୍ୟନ୍ତ ସୁଗନ୍ଧିତ ହୋଇଥାଏ। ଘରେ ଏହି ଗଛ ଲଗାଇଲେ, ଏହି ଫୁଲର ବାସ୍ନାରେ ଘରର ବାତାବରଣ ଶୁଦ୍ଧ ଓ ସୁଗନ୍ଧିତ ହୋଇଯାଏ।ଏହି ଗଛକୁ ବଢିବା ପାଇଁ କୌଣସି ବିଶେଷ ମାଟିର ଆବଶ୍ୟକତା ହୋଇ ନଥାଏ। ଯେଉଁ ପ୍ରକାରର ମାଟି ହେଲେ ମଧ୍ୟ ଏହି ଗଛ ବଢ଼ି ଯାଏ। ଏହି ଗଛ ଘର ପାଇଁ ବହୁତ ଶୁଭ ହୋଇଥାଏ। ଏହି ଗଛର ଫୁଲକୁ ଠାକୁରଙ୍କ ପାଖରେ ଅର୍ପଣ କରାଯାଏ ଏବଂ ଏହାର ପତ୍ରକୁ ଥଣ୍ଡା, କାଶ ଓ ସର୍ଦ୍ଦି ହେଲେ ଔଷଧ ରୂପରେ ବ୍ୟବହାର କରାଯାଏ।
କଦଳୀ ଗଛ ବହୁତ ଶୁଭ ଅଟେ। ପ୍ରତ୍ୟେକ ଗୁରୁବାର ଦିନ କଦଳୀ ଗଛକୁ ପୂଜାର୍ଚ୍ଚନା କରି ଅର୍ଘ୍ୟ ଅର୍ପଣ କଲେ, ଘରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। କୌଣସି ସ୍ଥାନରେ ଯଜ୍ଞର ଆୟୋଜନ ହେଲେ, କଦଳୀ ଗଛର ବ୍ୟବହାର କରାଯାଇଥାଏ। ଏହାସହିତ ପ୍ରତ୍ୟେକ ଶୁଭ କାର୍ଯ୍ୟରେ କଦଳୀ ଗଛର ବ୍ୟବହାର ହୋଇଥାଏ।