ଏହି ମନ୍ଦିରକୁ ଥରେ ଗଲେ ହେଇଯିବେ ମାଲାମାଲ
ଭାରତରେ କାହିଁ କେତେ ପୁରାତନ କାଳରୁ ମନ୍ଦିର ଗଢ଼ିବା ପରମ୍ପରା ପ୍ରଚଳିତ ହେଉଥିବାରୁ ଏଠାରେ ଅନେକ ଗୁଡ଼ିଏ ମନ୍ଦିର ଦେଖିବାକୁ ମିଳେ। ତେବେ ସେହି ମନ୍ଦିରଗୁଡିକ ମଧ୍ୟରୁ କେତେକ ସେମାନଙ୍କର ଅନନ୍ୟ ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହିପରି ଏକ ଅନନ୍ୟ ମନ୍ଦିର ମଧ୍ୟପ୍ରଦେଶରେ ରହିଛି। ଏଠାରେ ଭକ୍ତମାନଙ୍କୁ ମିଠା କିମ୍ବା ଖାଦ୍ୟ ବଦଳରେ ସୁନା ଓ ରୂପା ଅଳଙ୍କାର ଦିଆଯାଇଥାଏ। ଯେକୌଣସି ଭକ୍ତ ଏଠାକୁ ଆସନ୍ତି, ତାଙ୍କ ଘର ଧନଧାନ୍ୟରେ ଭାରିଯାଏ।
ମଧ୍ୟପ୍ରଦେଶର ରତ୍ଲାମରେ ଅବସ୍ଥିତ ଏହି ମନ୍ଦିରରେ ମାତା ମହାଲକ୍ଷ୍ମୀ ପୂଜା ପାଆନ୍ତି। ବର୍ଷ ବର୍ଷ ଧରି ଏହି ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ଏଠାକୁ ଆସୁଥିବା ଭକ୍ତମାନେ ମନ୍ଦିରରେ କୋଟି କୋଟି ଟଙ୍କା ମୂଲ୍ୟର ଅଳଙ୍କାର ଚଢ଼େଇ ଥାଆନ୍ତି। ଏହା ବ୍ୟତୀତ ଭକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟ ନଗଦ ଟଙ୍କା ମଧ୍ୟ ପ୍ରଦାନ କରନ୍ତି। ଦୀପାବଳି ଅବସରରେ ଧନତେରସରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଏଠାରେ ଦୀପ ଉତ୍ସବ ଆୟୋଜିତ ହୋଇଥାଏ।
ତେବେ ଏହି ଦୀପାବଳି ଉତ୍ସବ ସମୟରେ ମନ୍ଦିରକୁ ଫୁଲ ପାତ୍ରରେ ନୁହେଁ ବରଂ ସୁନା ରୂପା ଅଳଙ୍କାର ଏବଂ ଟଙ୍କାରେ ସଜାଯାଇଥାଏ। ଏହି ମନ୍ଦିରରେ ରହୁଥିବା ସମ୍ପତି କୁବେରଙ୍କ ଘର ଭଳି ଅନୁଭବ ହୁଏ।ଏହି ଦିନ ଭକ୍ତମାନଙ୍କୁ ଲଡୁ କିମ୍ବା ଖାଦ୍ୟ ପ୍ରସାଦରେ ଦିଆଯାଇନଥାଏ ବରଂ ଅଳଙ୍କାର ଏବଂ ଟଙ୍କା ପ୍ରସାଦ ଭାବରେ ଦିଆଯାଏ। ଦୀପାବଳି ଅବସରରେ ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରହିଥାଏ । ମନ୍ଦିରକୁ ନେଇ ବିଶ୍ୱାସ କରାଯାଏ ଯେ ଧନତେରସ ଅବସରରେ ମହିଳାମାନଙ୍କୁ ଏଠାରେ କୁବେରର ଗଣ୍ଠିଲି ଦିଆଯାଇଥାଏ। ଦୀପାବଳି ଅବସରରେ ଏଠାକୁ ଆସୁଥିବା ଭକ୍ତମାନଙ୍କୁ ମନ୍ଦିରରୁ ଖାଲି ହାତରେ ଫେରାଇ ଦିଆଯାଏ ନାହିଁ। ବରଂ, ପ୍ରସାଦ ଆକାରରେ ସେମାନଙ୍କ ହାତରେ ନିଶ୍ଚିତ ଭାବରେ କିଛିନା କିଛି ଅଳଙ୍କାର ଦିଆଯାଏ। ତେବେ ଏହିଭଳି ଛତିଶଗଡରେ ଗୋଟିଏ ମନ୍ଦିର ରହିଛି ଯେଉଁଠି ଫଳ କିମ୍ବା ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଭୋଗ ଲାଗିବା ବଦଳରେ ପଥର ଭୋଗ ଲାଗିଥାଏ।