ଏଲୋଭେରା ଆମ ପାଇଁ କେମିତି ଉପକାରୀ ଜାଣନ୍ତୁ

0

ଆପଣ କଣ ଏଲୋଭେରା ( *ଘିକୁଆଁରୀ* ) ଜୁସ୍ ବ୍ୟବହାର କରୁଛନ୍ତି କି । ଏଲୋଭେରା ର ଅନେକ ଉପକାରିତା ଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ ଥିବା ସହ ମିନେରାଲ, ଆମିନୋ ଏସିଡ଼୍ ଓ ଏନଜାଇମସ୍ ମଧ୍ୟ ଥାଏ । କିନ୍ତୁ ଏଲୋଭେରା ବ୍ୟବହାର କରିବା ଦ୍ୱାରା କଣ କଣ ଲାଭ ମିଳିଥାଏ, ଚାଲନ୍ତୁ ଜାଣିବା ।

ଇମ୍ୟୁନିଟି ବୁଷ୍ଟ

ଇମ୍ୟୁନିଟି ବୃଦ୍ଧି କରାଇବାରେ ଏଲୋଭେରା ସାହାଯ୍ୟ କରିଥାଏ । ଏଥିରେ ଥିବା ଭିଟାମିନ ସି ଇମ୍ୟୁନିଟି ସିଷ୍ଟମକୁ ଶକ୍ତ କରାଇଥାଏ । ତେଣୁ ଇମ୍ୟୁନିଟି ବୃଦ୍ଧି କରାଇବା ପାଇଁ ଏହି ଉପକରଣକୁ ଫଲୋ କରନ୍ତୁ ।

ଗୋଟିଏ ଏଲୋଭେରା ପତ୍ର
ଏକ ଗ୍ଲାସ ପାଣି
ଏକ ଚାମଚ ମହୁ
ଏକ ଗ୍ଲାସ ପାଣିରେ ଏକ ଚାମଚ ମହୁ, ଏଲୋଭେରା କୁ ମିଶାଇ ପ୍ରତିଦିନ ପିଅନ୍ତୁ ।

କେଶ ମଜଭୁତ-
ଏଲୋଭେରା ମଧ୍ୟ ସୁନ୍ଦର କେଶ ବନାଇବାରେ ସାହାଯ୍ୟ କରିଥାଏ । କେଶ ମଜବୁତ କରିବା ସହ କେଶ ବୃଦ୍ଧି ଓ ଆପଣଙ୍କ କେଶକୁ ଚମକ ଦେଇଥାଏ ।
ଏଲୋଭେରା ମିଶ୍ରଣକୁ ହେୟାର ମାସ୍କ ଭାବେ ବ୍ୟବହାର କରିପାରିବେ । ତଳେ ଦିଆଯାଇଥିବା ଉପକରଣକୁ ଫଲୋ କରି ହେୟାର ମାସ୍କ ବନାନ୍ତୁ ।

ଏକ ଏଲୋଭେରା ପତ୍ର
ଏକ ଚାମଚ ଆଲମଣ୍ଡ ଅଏଲ୍
ଏକ ଏଲୋଭେରା ପତ୍ରକୁ ଅଧାରୁ କାଟି ପତ୍ରକୁ ଅଲଗା କରି ଜେଲ୍ କୁ ଆଲମଣ୍ଡ ଅଏଲ ସହ ଭଲଭାବେ ମିଶାଇ ମାସ୍କ ଭାବେ ଲଗାନ୍ତୁ । 20ମିନିଟ ପରେ କେଶ ଧୋଇଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର କେଶ ମିଳିଥାଏ ।ତ୍ୱଚାର *ଯତ୍ନ–*
ଏଲୋଭେରା ସ୍କିନ ମୈଶ୍ଚରାଇଜ କରିବା ସହ ତ୍ୱଚାରେ ବୟସ ବୃଦ୍ଧିକୁ କମାଇଥାଏ । ଏହି ଗଛରେ ଥିବା କେମିକାଲ ସ୍କିନ୍ ର ଦାଗକୁ ଲିଭାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଆପଣଙ୍କ ଏକ ଉତ୍ତମ ସ୍କିନ ପାଇବା ପାଇଁ ନିମ୍ନ ଉପକରଣକୁ ଫଲୋ କରନ୍ତୁ ।

3 ଚାମଚ ଏଲୋଭେରା ଜୁସ୍
3 ଚାମଚ ପାଣି
5 ଚାମଚ ଆଲକୋହଲ
ଏହି ଉପକରଣକୁ ମିଶାଇ ପ୍ରତିଦିନ ଲୋସନ ଭାବେ ମୁହଁ ଓ ବେକରେ 10 ମିନିଟ ଯାଏଁ ବ୍ୟବହାର କରନ୍ତୁ । ପରେ ମୁହଁ ଓ ବେକକୁ ଧୋଇଦିଅନ୍ତୁ ।
*ସନବର୍ଣ୍ଣ ଟ୍ରିଟମେଣ୍ଟ-

ଘା କିମ୍ବା ପୋଡ଼ି ଯାଇଥିବା ଜାଗାରେ ଆପଣ ଏଲୋଭେରାର ବ୍ୟବହାର କରିପାରିବେ । ଏହା ଆପଣଙ୍କୁ ମେଡ଼ିସିନ ପରି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

Leave a comment