ଏଣିକି ମନ ଇଚ୍ଛା କାଟି ହେବ ନାହିଁ ତାଳ ଗଛ, ନହେଲେ ହେବ କାର୍ଯ୍ୟାନୁଷ୍ଠାନ
ବଜ୍ରପାତକୁ ଅଟକାଇବ ତାଳଗଛ ! ବର୍ଷା ଦିନେ କିମ୍ବା କାଳବୈଶାଖୀ ବେଳେ ବଢୁଥିବା ବଜ୍ରପାତକୁ ଦେଖି ରାଜ୍ୟ ସରକାର ଏବେ ତାଳ ଗଛ ଲଗାଇବା ଉପରେ ଜୋର ଦେଇଛନ୍ତି । ଏପରିକି ନିଜ ଜମିରେ ତାଳଗଛ ଲାଗିଥିଲେ ବି କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର । ରାଜ୍ୟରେ ବଜ୍ରପାତ ଜନିତ ମୁତ୍ୟୁ ସଂଖ୍ୟା ବଢୁଥିବା ଦେଖି ରାଜ୍ୟ ସରକାର ଏପରି ଏକ ପଦକ୍ଷେପ ନେଇଛନ୍ତି ।
ଏଣିକି ମନ ଇଚ୍ଛା କାଟି ହେବ ନାହିଁ ତାଳ ଗଛ । ନିଜ ଜମିରେ ଥିବା ତାଳ ଗଛ ମଧ୍ୟ କାଟିବା ଆଗରୁ ବନ ବିଭାଗର ଅନୁମତି ନେବାକୁ ପଡିବ । ବିନା ଅନୁମତିରେ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବା ଦିଗରେ ଏଭଳି କଡା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।