ଇଂଲଣ୍ଡ ଦଳକୁ ଫେରିଲେ ଏହି ଖତରନାକ ବୋଲର

England Playing XI for Lords Test: ଭାରତ ବିପକ୍ଷରେ ଲର୍ଡସ୍ ଟେଷ୍ଟ ମ୍ୟାଚ୍ ର ଗୋଟିଏ ଦିନ ପୂର୍ବରୁ ଇଂଲଣ୍ଡ ନିଜର ପ୍ଲେଇଂ ଇଲେଭେନ ଘୋଷଣା କରିଛି। ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ଭୟଙ୍କର ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରିଛି। ଜୋଫ୍ରା ୫୨ ମାସ ପରେ ଟେଷ୍ଟ ମ୍ୟାଚ୍ ଖେଳିବେ। ସେ ଆଘାତ ଯୋଗୁଁ ଗତ ୪ ବର୍ଷ ଧରି ଦଳ ବାହାରେ ଥିଲେ। ସେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ୨୦୨୧ ଫେବୃଆରୀରେ ଖେଳିଥିଲେ। କହି ରଖୁଛୁ ଯେ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଆର୍ଚରଙ୍କୁ ଟେଷ୍ଟ ଦଳରେ ସାମିଲ କରିଥିଲା କିନ୍ତୁ ବର୍ମିଂହାମର ଏବେସବାଷ୍ଟନରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ରେ ଜୋଫ୍ରାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଇ ନଥିଲା। କିନ୍ତୁ ଏବେ ଅପେକ୍ଷା ଶେଷ ହୋଇଛି।
ଇଂଲଣ୍ଡ ପକ୍ଷରୁ ଫାଷ୍ଟ ବୋଲର ଜୋଶ ଟଙ୍ଗଙ୍କ ସ୍ଥାନରେ ଜୋଫ୍ରା ଆର୍ଚରଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇଛି। ଭାରତ ବିପକ୍ଷରେ ଚଳିତ ସିରିଜର ପ୍ରାରମ୍ଭିକ ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ଟଙ୍ଗ ଭଲ ବୋଲିଂ କରିଥିଲେ ଏବଂ ଏହି ସିରିଜ୍ରେ ଆୟୋଜକ ଦଳ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ। ଜୋଫ୍ରା ଆର୍ଚର ଭାରତ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଥିଲେ। ଏଜବାଷ୍ଟନରେ ଭାରତ ସିରିଜ୍କୁ ସମାନ କରିବା ପରେ ଇଂଲଣ୍ଡ ତୃତୀୟ ଟେଷ୍ଟ ପାଇଁ ଆଉ ଜଣେ ଦ୍ରୁତ ବୋଲର ଗସ୍ ଆଟକିନସନ୍ଙ୍କୁ ନିଜ ଦଳରେ ସାମିଲ କରିଥିଲା। ଦ୍ରୁତ ବୋଲରଙ୍କ କାର୍ଯ୍ୟଭାର ପରିଚାଳନାକୁ ଦୃଷ୍ଟିରେ ରଖି ଅଧିନାୟକ ବେନ୍ ଷ୍ଟୋକ୍ସ ତାଙ୍କ ବୋଲିଂ ଆକ୍ରମଣରେ ପରିବର୍ତ୍ତନ ପାଇଁ ସଙ୍କେତ ଦେଇଥିଲେ।
ଜୋଫ୍ରା ଆର୍ଚରଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେବା ପାଇଁ ଇଂଲଣ୍ଡ ଭାରତ ବିପକ୍ଷରେ ଚଳିତ ଟେଷ୍ଟ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ଜୋଶ୍ ଟଙ୍ଗଙ୍କୁ ବଳି ପକାଇଛି। ଜୋଶ ଟଙ୍ଗ ଏହି ସିରିଜରେ ଇଂଲଣ୍ଡ ପାଇଁ ସର୍ବାଧିକ ୧୨ ୱିକେଟ୍ ନେଇଥିଲେ। ୩୦ ବର୍ଷୀୟ ଆର୍ଚର ଇଂଲଣ୍ଡ ପାଇଁ ୧୩ ଟେଷ୍ଟ୍ ଖେଳିଛନ୍ତି। ଜୋଫ୍ରା ଆଘାତରୁ ସୁସ୍ଥ ହୋଇ କାଉଣ୍ଟି ଚାମ୍ପିଅନସିପରେ ସସେକ୍ସ ପାଇଁ ଡର୍ହାମ୍ ବିପକ୍ଷରେ ଏକ ମ୍ୟାଚ୍ ଖେଳିଥିଲେ। ପିଠି ଆଘାତ ଯୋଗୁଁ ସେ ୨୦୨୪ ପର୍ଯ୍ୟନ୍ତ କ୍ରିକେଟ୍ ରୁ ଦୂରରେ ଥିଲେ। ଗତ ବର୍ଷ ମେ ମାସରେ ସେ ହ୍ୱାଇଟ୍ ବଲ୍ କ୍ରିକେଟକୁ ଫେରିଥିଲେ।
ଲର୍ଡସ୍ ଟେଷ୍ଟ ପାଇଁ ଇଂଲଣ୍ଡର ପ୍ଲେଇଂ ଇଲେଭେନ୍: ଜାକ୍ କ୍ରୋଲି, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ହ୍ୟାରି ବ୍ରୁକ୍, ବେନ୍ ଷ୍ଟୋକ୍ସ (ଅଧିନାୟକ), ଜେମି ସ୍ମିଥ୍ (ୱିକେଟର), କ୍ରିସ୍ ୱକ୍ସ, ବ୍ରାଇଡନ୍ କାର୍ସେ, ଜୋଫ୍ରା ଆର୍ଚର, ସୋଏବ୍ ବଶିର।