ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ

0

ଭୁବନେଶ୍ବର, ୧୨/୦୩: ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନ, ତଥା ୨୦୧୨ ବ୍ୟାଚର ଆଇଏଏସ୍ ମନୀଷ ଅଗ୍ରଓ୍ବାଲଙ୍କୁ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଅତିରିକ୍ତ ଶାସନ ସଚିବ ଆଇଏଏସ୍‌ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଏଥିସହିତ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି ଓଡ଼ିଶା ସମବାୟ ସମିତ ସମୂହର ନିବନ୍ଧକ ଆଇଏଏସ୍ ସିଦ୍ଧାର୍ଥ ଦାସଙ୍କୁ ମତ୍ସ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅତିରିକ୍ତ ଶାସନ ସଚିବ, ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ରାଜସ୍ବ ଅଧିକାରୀ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଆଇଏଏସ ମଧୁସ୍ମିତା ସାହୁଙ୍କୁ ଶିକ୍ଷକ ଶିକ୍ଷା ଓ ରାଜ୍ୟ ଶିକ୍ଷା ଅନୁସନ୍ଧାନ ଏବଂ ତାଲିମ ପରିଷଦ ଭାବେ ବଦଳି ହୋଇଛନ୍ତି । ଏଥିସହିତ ସେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।

ସେହିପରି ୨୦୧୪ ବ୍ୟାଚର ଆଇଏଏସ୍ ଅଧିକାରୀ ଉପମା କାଲୋଙ୍କୁ ଉତ୍ତରାଞ୍ଚଳ ରାଜସ୍ବ ମଣ୍ଡଳ ଆୟୁକ୍ତଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ୨୦୧୪ ବ୍ୟାଚର ଆଇଏଏସ୍ ଲିଲି କୁମାରୀ କୁଲଙ୍କୁ ସରକାରୀ ଉଦ୍ୟୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି । ମାଲକାନଗିରିର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେ୍ରଟ୍ ଆଇଏଏସ୍ ସୋମେଶ କୁମାର ଉପାଧ୍ୟାୟଙ୍କ ଜିଲ୍ଲା ବୟନ ଏବଂ ହସ୍ତତନ୍ତ ନିର୍ଦ୍ଦେଶ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଆଇଏଏସ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କୁ ମାଲକାନଗିରି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟେ୍ରଟ ଭାବେ ଦାୟିତ୍ବ ତୁଲାଇବେ ।

ଏହାଛଡ଼ା 2022 କ୍ୟାଡରର 5 ଆଇଏଏସ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ଆଇଏଏସ ଅକବରମ୍ ସସ୍ୟ ରେଡ୍ଡି, ଉପଜିଲ୍ଲା ଜୟପୁରଙ୍କୁ ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଭାବେ ନିଯୁକ୍ତ । ଏହା ସେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ସେହିପରି ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନ ଦାୟିତ୍ବରେ ଥିବା ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ ଅଗ୍ରଓ୍ବାଲଙ୍କୁ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ଭାବେ ନିଯୁକ୍ତ ଦିଆଯାଇଛି । ଅତିରିକ୍ତ ଶାସନ ସଚିବ ଆଇଏଏସ୍‌ ସ୍ମୃତି ରଞ୍ଜନ ପ୍ରଧାନ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ସେ ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇବେ । ​​​​​​​

ସେହିପରି ଆଇଏଏସ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ, ବଣେଇଙ୍କୁ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ମିଳିଛି । ଭାରତୀୟ ନାଗିରକ ସୁରକ୍ଷା ସଂହିତା ଅନୁଯାୟୀ, ଅକ୍ଷୟ ପିଲ୍ଲେଙ୍କୁ ଜଗତସିଂହପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ବରଗଡ଼ ଜିଲ୍ଲା ପଦ୍ମପୁର ଉପଜିଲ୍ଲାପାଳ ଆଇଏଏସ୍ ଅରୁଗୁଳା ସ୍ନେହାଙ୍କୁ ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ମିଳିଛି । ତାଳଚେର ସବ୍-କଲେକ୍ଟର ତଥା ୨୦୨୨ ବ୍ୟାଚର ଆଇଏଏସ୍ ସମୀର କୁମାର ଜେନାଙ୍କୁ ଗଞ୍ଜାମ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି । ସେହିପରି ରାଇରଙ୍ଗପୁର ଉପ-ଜିଲ୍ଲାପାଳ ଆଇଏଏସ୍ ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିୟୁକ୍ତି ମିଳୁଛି ।

Leave a comment